୪
ମାଟି ଆଣ୍ଡିତେଇ ସରଗର୍ ଦନ୍
୧ ପର୍ମେସର୍ ତାର୍ ଜିବନ୍ ଦୁକାଇକରି ଆମ୍କେ ଏ ସେବାକାମ୍ ଦେଲାଆଚେ । ସେଟାର୍ପାଇ, ଆମେ ବପୁ ନଇଲା ଲକର୍ ପାରା କାମ୍ କରୁନାଇ । ୨ ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ । ୩ ଜଦି ଆମେ ଜାନାଇବା ସୁବ୍କବର୍ ନ ବୁଜ୍ବା ଲକ୍ ଆଚତ୍, ସେନ୍ତାର୍ ଆଲେ ସେମନ୍ସେ ଆଜିଜାଇରଇବା ଲକ୍ । ୪ ଏ ଜଗତର୍ କାରାପ୍ ସାସନ୍କାରିଆ ତାକର୍ ମନ୍ ଆନ୍ଦାର୍ କରି ଦେଇଆଚେ ଜେ, ସେମନ୍ ବିସ୍ବାସ୍ କରତ୍ ନାଇ । ଜନ୍ ଉଜଲ୍ ତାକର୍ ଉପ୍ରେ ଉଜଲ୍ ଦେଲାନି, ସେଟା ନ ଦେକ୍ବାକେ ସେ ଆଗ୍ଟିଦେଲାନି । କିରିସ୍ଟର୍ ମଇମାର୍ ଉଜଲ୍ ତାର୍ ସୁବ୍କବରେଅନି ଆଇସି । କିରିସ୍ଟ ସମାନ୍ ପର୍ମେସରର୍ ପାରାସେ ଆଚେ । ୫ କାଇକେବଇଲେ ଆମେ ନିଜର୍ ବିସଇ ଜାନାଇ ଅଉନାଇ । ମାତର୍ ଜିସୁ କିରିସ୍ଟ ଜେ କି ମାପ୍ରୁ, ତାର୍ ବିସଇ ଜାନାଇଲୁନି । ଜିସୁର୍ ଲାଗି ତମର୍ ଗତିଦାଙ୍ଗ୍ଡା ଇସାବେ ଆମେ ନିଜେ ଜାନାଇଅଇଲୁନି । ୬ ପର୍ମେସର୍ ଜେ କି କଇଲା “ଉଜଲ୍ ଆନ୍ଦାରେ ଅନି ଉଜଲ୍ ଦେଇସି ।” ସେ ସମାନ୍ ପର୍ମେସର୍ କିରିସଟର୍ ମୁଏ ଅନି ତାର୍ ଉଜଲ୍ ଆମର୍ ବିତ୍ରେ ଉଜଲ୍ କରାଇଲା । ଜେନ୍ତାରି କି କିରିସ୍ଟ ତେଇ ରଇବା ପର୍ମେସରର୍ ମଇମା, ଆମେ ବୁଜି ପାର୍ବୁ ।
୭ ଆମେ ଗଟେକ୍ ମାଟି ଆଣ୍ଡି ପାରା । କାଇକେବଇଲେ ଆମ୍କେ ବପୁ ନ ରଇଲେ ମିସା ପର୍ମେସର୍ ତାର୍ ବେସି ମୁଲିଅ ରଇବା ବାକିଅ ଆମ୍କେ ସର୍ପି ଦେଲାଆଚେ । ଜେନ୍ତାରି କି ଆମ୍କେ ବପୁ ନ ରଇକରି ପର୍ମେସର୍କେସେ ବେସି ବପୁ ଆଚେ ବଲି ଲକ୍ମନ୍ ଜାନ୍ବାଇ । ୮ ଆମେ ସବୁ ରକାମର୍ ଦୁକ୍କସ୍ଟ ଅଇକରି ଗାଲୁନି, ଏଲେ ମିସା କସ୍ଟ ପାଉ ନାଇ । କେବେ କେବେ କାଇଟା କର୍ବୁ ବଲି ଗିଆନ୍ ନ ରଇଲା ଲକର୍ପାରା ଅଇଲୁନି, ଅଇଲେମିସା ମନ୍ଦୁକ୍ କରୁ ନାଇ । ୯ ସତ୍ରୁମନର୍ ଟାନେଅନି ଉଡା ସୁନି ସୁନି ରଇଲୁ, ଏଲେମିସା ମାପ୍ରୁ ଆମ୍କେ ଚାଡେ ନାଇ । ଆମର୍ ଗାଗ୍ଡେ କେତେକ୍ କେତେକ୍ ମାଡ୍ ଅଇଲା । ଅଇଲେ ମିସା ମାପ୍ରୁ ଆମ୍କେ ବିନାସ୍ ଅଇବାକେ ଦେଏନାଇ । ୧୦ ଆମେ ସବୁବେଲେ ଜିସୁର୍ ମରନ୍ ଆମର୍ ଗାଗ୍ଡେ ଏତାଇଲୁନି । ଜେନ୍ତିକି ଜିସୁର୍ ଜିବନ୍ମିସା ଆମର୍ ଗାଗ୍ଡେ ଡିସ୍ସି ।
୧୧ ଆମେ ଜିସୁର୍ ସଙ୍ଗ୍ ରଇଲାର୍ ପାଇ ବଁଚ୍ବାଜାକ ମର୍ବା ବିପଦେ ଆଚୁ । ଜେନ୍ତିକି ଲକ୍ମନ୍ ଏ ମର୍ବା ଗାଗ୍ଡେ ଜିସୁ ବଁଚିରଇବାଟା ଦେକ୍ବାଇ । ୧୨ ଏନ୍ତାରିସେ ଆମେ ମରନ୍ ଦାରିଆଚୁ । ମାତର୍ ତମର୍ଟାନେ ଜିବନ୍ ଅଇ ଆଇଲାନି । କାଇକେବଇଲେ ତମେ ନ ସାର୍ବା ଜିବନ୍ ପାଇସା ।
୧୩ ସାସ୍ତରେ ଲେକା ଅଇଲାପାରା “ ମୁଇ ବିସ୍ବାସ୍ କଲି, ତେବର୍ପାଇ ମୁଇ କାତା ଅଇଲି ”। ସେ ସମାନ୍ ବିସ୍ବାସର୍ ଆତ୍ମାଇ, ଜନ୍ ବାକିଅ ମୁଇ ବିସ୍ବାସ୍ କଲିଆଚି, ସେଟାସେ ମୁଇ ଏବେ ଲକ୍ମନ୍କେ ଜାନାଇଲିନି । ୧୪ କାଇକେ ବଇଲେ ଆମେ ଜାନିଆଚୁ ପର୍ମେସର୍ ଜେ କି ମାପ୍ରୁ ଜିସୁକେ ଜିବନ୍ କରି ଉଟାଇଲା, ସେ ଆମ୍କେ ମିସା ମାପ୍ରୁ ଜିସୁର୍ ସଙ୍ଗ୍ ଉଟାଇସି । ଆରି ତମର୍ ସଙ୍ଗ୍ ଆମ୍କେ ମିସା ପର୍ମେସରର୍ ମୁଆଟେ ନେଇସି । ୧୫ ତେବର୍ପାଇ ଜେତ୍କି ସବୁ ସାଦ୍ନା ବାନ୍ଦ୍ନା ଆଇଲାନି, ସେ ସବୁ ବିସଇ ତମର୍ ମଙ୍ଗଲର୍ପାଇ ସେ ଅଇଲାନି । ପର୍ମେସରର୍ ଜିବନ୍ ଦୁକାଇଲାଟା ଅଦିକ୍ ଅଦିକ୍ ଅଇକରି ଲକ୍ମନର୍ଟାନେ କେଟ୍ସି, ଆରି ସେମନ୍ ସବୁଲକ୍ ତାକେ ଦନିଅବାଦ୍ ଦେବାଇ ।
ବିସ୍ବାସ୍ କରି ଜିଇବାଟା
୧୬ ତେବର୍ପାଇ ଆମେ ସାଆସ୍ ନ ଅଇରଇବା ଲକର୍ ପାରା ନ ଅଉଁ । କାଇକେବଇଲେ ଆମର୍ ବାଇରର୍ ଗାଗଡ୍ ମରିମରି ଆଇଲେ, ମିସା ବିତ୍ରେ ରଇବା ଲକ୍ ଦିନ୍କେ ଦିନ୍ ନୁଆ ଅଇ ଆଇଲାନି । ୧୭ କାଇକେ ବଇଲେ ଆମର୍ ଦୁକ୍ କସ୍ଟ ସବୁ ଉନା ଅଇକରି ଚନେକର୍ପାଇ । ମାତର୍ ସେଟା ଆମ୍କେ ନ ସର୍ବା ସବୁଦିନର୍ ମଇମା ଆନ୍ସି । ସେଟା ଆମର୍ ଦୁକ୍ କସ୍ଟ ଟାନେଅନି ବଡ୍ ରଇସି । ୧୮ ତେବର୍ ପାଇ ଆମେ ଏ ଜଗତେ ଡିସ୍ବା ବିସଇ ଆସା ନ କରି ନ ଡିସ୍ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍ବା ବିସଇ ସବୁଦିନ୍ ନ ରଏ, ମାତର୍ ନ ଦେକ୍ବା ବିସଇ ସବୁ ଦିନର୍ପାଇ ରଇସି ।