୬
୧ ତେବର୍ପାଇ କିରିସ୍ଟର୍ ମୁଲେଅନି ସିକିରଇବା ବିସଇ ତର୍କେ ତର୍ ନ ସିକିକରି ତାର୍ ଟିକିନିକି ବିସଇ ସିକୁ । ଜେନ୍ତିକି ଆମର୍ ବିସ୍ବାସ୍ ମିସା ଡାଁଟ୍ ଅଇସି । ଚୁଚାଇ କାମ୍ମନ୍ ଚାଡିକରି ପର୍ମେସର୍ଟାନେ ବାଉଡ୍ବା ଜନ୍ଟା କି ଆମର୍ ବିସ୍ବାସର୍ ମୁଲ୍ ପାକ୍ନା ରଇଲା, ତେଇ ଆରିତରେକ୍ ସେଟାସେ କର୍ବାର୍ ନାଇ । ୨ ଡୁବନ୍ ବିସଇର୍ ସିକିଆ ଦେବାଟା, ଆତ୍ ସଙ୍ଗଇକରି ପାର୍ତନା କର୍ବାଟା, ମଲା ଲକ୍ମନ୍ ଆରିତରେକ୍ ବଁଚ୍ବାଟା ଆରି ଲକ୍ମନ୍କେ ସବୁଦିନର୍ପାଇ ରଇବା ପର୍ମେସରର୍ ନ ସାର୍ବା ବିଚାର୍ନା । ୩ ଏବେ ଆମେ ଆଗ୍କେ ଜିବାକେ ପଡ୍ସି । ମାପ୍ରୁକେ ଆସାକରି ଆଗର୍ ବିସଇ ସିକୁ ।
୪ କାଇକେବଇଲେ ଜେତ୍କି ଲକ୍ ତାକର୍ ବିସ୍ବାସ୍ ଚାଡିଆଚତ୍, ସେମନର୍ ମନ୍ ପର୍ମେସରର୍ ଉଜଲ୍ସଙ୍ଗ୍ ଉଗାଡି ଅଇ ଆଚେ । ସେ ଦେଇ ରଇବା ସୁଆଦ୍ ସେମନ୍ ଚାକିଆଚତ୍ । ଆରି ସୁକଲ୍ଆତ୍ମା ପାଇଆଚତ୍ । ୫ ପର୍ମେସରର୍ ବାକିଅ କେଡେକ୍ ନିକ ବଲି ସେମନ୍ ଜାନିଆଚତ୍ । ଆଇବା ଜୁଗେ ତାର୍ ଜନ୍ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍ ଜାନିଆଚତ୍ । ୬ ଏଟା ସବୁ ଅଇଲା ପଚେ ସେମନ୍ ତାକର୍ ବିସ୍ବାସ୍ ଆରାଇ ଆଚତ୍ । ସେଟାର୍ପାଇ ସେମନ୍କେ ଆରିତରେକ୍ ମନ୍ ବାଉଡାଇବାକେ ସଅଜ୍ ନାଇ । କାଇକେବଇଲେ ସେମନ୍ ପର୍ମେସରର୍ ପଅକେ ଆରିତରେକ୍ କୁର୍ସେ ମରାଇକରି ଗୁଲାଇ ଲକର୍ ମୁଆଟେ ଇଜତ୍ ଜିକ୍ଲାଇନି ।
୭ ବର୍ସା ପାନି ଜମିଟାନେ ମାର୍ଲେ ସେ ପାନି ଜମି ଜିକିନେଇସି । ସେନ୍ତାରି ଜମିକେ ପର୍ମେସର୍ ଆସିର୍ବାଦ୍ କର୍ସି । ସେନ୍ତାରି ଜମିଟାନେ ଲକ୍ମନ୍କେ ଦର୍କାର୍ ଅଇବା ଚାସ୍ କରିଅଇସି । ୮ ମାତର୍ ସେ ଜମିଟାନେ ଜଦି କାଟା ଗଚ୍ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍ମେସର୍ ଡଣ୍ଡ୍ ଦେଇସି ଆରି ସେଟାମନ୍କେ ଜଇଟାନେ ପଡାଇଦେଇସି ।
୯ ଏ ଆଲାଦର୍ ମଇତର୍ମନ୍, ମୁଇ ଏନ୍ତାରି କଇତେରଇଲେ ମିସା ତମେ ସେନ୍ତାରି ନୁଆସ୍ ବଲି ମୁଇ ଜାନି । ତମେ ଆଗ୍ତୁଅନି ବିସ୍ବାସ୍ କଲାସ୍ନି ଆରି ତମର୍ ଚଲାଚଲ୍ତି ନିକ ଆଚେ । ଏ ସବୁ ତମେ ମୁକ୍ତି ପାଇରଇବା ଗଟେକ୍ ଚିନ୍ । ୧୦ କାଇକେବଇଲେ, ପର୍ମେସର୍ ଅନିଆଇ ନ କରେ । ତମେ କରିରଇବା ନିକ କାମ୍ ସେ ନ ପାସ୍ରେ । ତାର୍ପାଇ ରଇବା ତମର୍ ଆଲାଦ୍ ମିସା । ସେ ଆଲାଦ୍ ତମର୍ ବିସ୍ବାସି ବାଇବଇନିକେ ସାଇଜ କଲାର୍ ପାଇ ତମେ ଦେକାଇ ଆଚାସ୍ । ୧୧ ମୁଇ ଜନ୍ଟା ମନ୍ କଲିନି, ସେଟା ଅଇଲାନି ସାରାସାରି ଜାକ ପର୍ମେସର୍ ଜନ୍ କାତା ଦେଇଆଚେ, ସେଟା ପୁରାପୁରୁନ୍ ଅଇବାଜାକ ତମର୍ ଆସା ନ ଚାଡା । ୧୨ ସେନ୍ତାରି କଲେ ଅଲସ୍ ନଅଇ ବିସ୍ବାସ୍ ଆରି ମୁର୍ଚି ରଇବା ଲକ୍ ଅଇସା । ସେନ୍ତାରି ଲକ୍ ପର୍ମେସର୍ ଜନ୍ଟା ଦେବାକେ କାତା ଦେଇଆଚେ, ସେମନ୍ ସେଟା ପାଇବାଇ ।
ପର୍ମେସରର୍ ସପତ୍ ସତ୍ ଅଇସି
୧୩ ପର୍ମେସର୍ ଅବ୍ରାଆମ୍କେ କାତା ଦେଇରଇଲା ବେଲେ, ସେ ପୁରାପୁରୁନ୍ କର୍ବି ବଲି ସପତ୍ କରିରଇଲା । ତାର୍ଟାନେ ଅନି ଆରି କେ ମିସା ବଡ୍ ନ ରଇଲାକେ ନିଜର୍ ନାଉଁ ଦାରି ସପତ୍ କଲା । ୧୪ ସେ ଅବ୍ରାଆମ୍କେ କଇଲା, “ମୁଇ ତମ୍କେ ବାଇଦରେ ଆସିର୍ବାଦ୍ କର୍ବି । ଆରି ତର୍ କୁଟୁମ୍ ଜବର୍ କର୍ବି ।” ୧୫ ଅବ୍ରାଆମ୍ ତାର୍ କାତା ଦାରି ଜାଗିରଇଲାକେ, ପର୍ମେସର୍ ସପତ୍ କଲାଟା ସେ ମିଲାଇଲା । ୧୬ ଜେଡେବେଲେ ଲକ୍ମନ୍ ପର୍ମାନ୍ ସଇତ୍ କର୍ବାଇ, ସେମନ୍ ବଡ୍ଲକ୍ମନର୍ ନାଉଁ ଦାରି ପର୍ମାନ୍ ସଇତ୍ କର୍ବାଇ । ସେନ୍ତାରି କଲେ ସେ ସପତ୍ ଲାଗିରଇବା ସବୁ ଦଦାପେଲାକେ ଚିଡାଇସି । ୧୭ ଜନ୍ଲକ୍ମନ୍ ସେ କାତା ଦେଇରଇବାଟା ମିଲାଇବାଇ, ସେମନ୍ ଏ ସବୁ ବିସଇ ଜାନତ୍ ବଲି ସେ ମନ୍ କରିରଇଲା । ତାର୍ ମନ୍ କେବେ ନ ବାଦ୍ଲେ ବଲି ସବୁ ଲକ୍ ଜାନିରଅତ୍ । ସେଟାର୍ପାଇ ସେ ତାର୍ କାତାଦେଇ ରଇବାଟାନେ ତାର୍ ସପତ୍ ମିସା ମିସାଇଲା । ପର୍ମେସର୍ ଦେଇରଇବା କାତା ଆରି ତାର୍ ସପତ୍ ସତ୍ସେ । ୧୮ ଏ ଦୁଇଟା ବିସଇ କେବେ ନ ବାଦ୍ଲେ । କାଇକେବଇଲେ ପର୍ମେସର୍ ମିଚ୍ ନ କଏ । ତେବର୍ପାଇ ଆମେ ମୁକ୍ତି ପାଇରଇବା ଲକ୍ମନ୍, ଆମର୍ ମନେ ବେସି ସାଆସ୍ ଦାରିଆଚୁ । ଆରି ତାର୍ଟାନେ ରଇବା ଆମର୍ ଆସା ଡାଁଟ୍ ଆଚେ ।
୧୯ ଏ ଆସା ଆମର୍ ବିସ୍ବାସ୍ ଡାଁଟ୍ କରାଇସି । କାଇକେବଇଲେ ସେଟା ପୁରାପୁରୁନ୍ ଅଇସିଆକା । ଅମର୍ ଆସାର୍ ଲାଗି ଆମେ ପର୍ମେସରର୍ ଜାଗାଇ ପୁରିଆଚୁ । ଏଟା ଜେନ୍ତାରି ବଡ୍ ପୁଜାରି ମନ୍ଦିରର୍ ଅଦିକ୍ ସୁକଲ୍ ଜାଗାଇ ପୁର୍ସି । ଜନ୍ ଜାଗା କି ପାର୍ଦା ବିତ୍ରେ ଲୁଚିରଇସି । ୨୦ ସେ ଜାଗାଇସେ ଆମର୍ ଜିସୁ ଆଗ୍ତୁ ଜାଇଆଚେ । ଆରି ସବୁଦିନର୍ପାଇ ମଲ୍କିସେଦକର୍ ପୁଜାରି ପଦ୍ ପାରା ସେ ବଡ୍ ପୁଜାରି ଅଇଲାଆଚେ ।