123
କୃପା ଭିକ୍ଷାର ପ୍ରାର୍ଥନା
ଆରୋହଣ ଗୀତ।
1 ହେ ସ୍ୱର୍ଗୋପବିଷ୍ଟ ସଦାପ୍ରଭୁ,
ମୁଁ ତୁମ୍ଭଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରେ।
2 ଦେଖ, ଯେପରି ଦାସମାନଙ୍କ ଚକ୍ଷୁ ସେମାନଙ୍କ କର୍ତ୍ତାର ହସ୍ତକୁ
ଓ ଦାସୀର ଚକ୍ଷୁ ଆପଣା କର୍ତ୍ତ୍ରୀର ହସ୍ତକୁ ଅନାଏ;
ସେପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର
ଆମ୍ଭମାନଙ୍କୁ ଦୟା କରିବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ଚକ୍ଷୁ ତାହାଙ୍କୁ ଅନାଇଥାଏ।
3 ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ଦୟା କର, ଆମ୍ଭମାନଙ୍କୁ ଦୟା କର;
କାରଣ ଆମ୍ଭେମାନେ ଅବଜ୍ଞାରେ ଅତିଶୟ ପୂର୍ଣ୍ଣ ହୋଇଅଛୁ।
4 ସୁଖଶାଳୀମାନଙ୍କ ଉପହାସରେ ଓ ଅହଙ୍କାରୀମାନଙ୍କ
ଅବଜ୍ଞାରେ ଆମ୍ଭମାନଙ୍କ ପ୍ରାଣ ଅତିଶୟ ପୂର୍ଣ୍ଣ ହୋଇଅଛି।