୫
ପରମେସର୍ ସଙ୍ଗ୍ ମିସିବିଡିରଇବାଟା
୧ ଏବେ ଆମେ ବିସ୍ବାସ୍ କଲାର୍ ପାଇ ପରମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲାଇଅଇଲୁ ଆଚୁ ଆରି ମାପ୍ରୁ ଜିସୁ କିରିସ୍ଟର ଲାଗି ପରମେସର୍ ସଙ୍ଗ୍ ସାନ୍ତି ସଙ୍ଗ୍ ଆଚୁ । ୨ କାଇକେବଇଲେ ଆମେ ବିସ୍ବାସ୍ କଲାର୍ ପାଇସେ ତାର୍ ଜିବନ୍ ଦୁକାଇଲାଟାନେ ଆମ୍କେ ଆନି ଆଚେ । ଜନ୍ତେଇ କି ଏବେ ଆମେ ଆଚୁ । ଆମେ ବେସି ସାର୍ଦା ସଙ୍ଗ୍ ବଡ୍ପନର୍ କାତା କଇବୁ । କାଇକେବଇଲେ ପରମେସରର୍ ଡାକ୍ପୁଟାର୍ତେଇ ମିସ୍ବୁ ବଲି ଆମ୍କେ ଆସା ଆଚେ । ୩ ସବୁ ରକାମର୍ ଦୁକ୍ କସ୍ଟ ମୁର୍ଚି କରି ସାର୍ଦା ଅଇଲୁନି, କାଇକେବଇଲେ ତେରେପେତେ ନ ଅଇ କସ୍ଟ ମୁରଚ୍ଲେ, ମନେ ସାଆସ୍ ଆଇସି । ୪ ସାଆସ୍ ଦାରି ରଇଲେ ପରମେସର୍ ସାର୍ଦା ଅଇସି । ତାର୍ ସାର୍ଦାଇଅନି ଆସା ଆଇସି । ୫ ଏ ଆସା ଆମ୍କେ ମୁର୍ମୁରା ଅଇବାକେ ନ ଦେଏ, କାଇକେ ବଇଲେ ପରମେସର୍ ଆମ୍କେ ସୁକଲ୍ଆତ୍ମା ଦେଇ କରି ଆମର୍ ମନେ ତାର୍ ଆଲାଦ୍ ବର୍ତି କରିଦେଲାଆଚେ । ସୁକଲ୍ଆତ୍ମା ଆମର୍ ପାଇ ରଇବା ପର୍ମେସରର୍ ଦାନ୍ ।
୬ ଆମ୍କେ କେ ମିସା ଆକାସାକା ନ ରଇଲା ବେଲେ, ପରମେସର୍ ଟିକ୍ କଲା ବେଲାଇ କିରିସ୍ଟ ପାପିମନର୍ ପାଇ ମଲା । ୭ ଦରମ୍ ଲକର୍ ପାଇ କେ ମିସା ଗଟେକ୍ ଲକ୍ ମର୍ବାଟା ଆମେ ନାଜାନୁ, ମାତର୍ ଏନ୍ତାରି ମିସା ଅଇସି ଜେ, ଗଟେକ୍ ନିମାନ୍ ଲକର୍ପାଇ ନିଜର୍ ଜିବନ୍ ଦେବାକେ କେ ଆଲେ ସାସ୍ କର୍ବାଇ । ୮ ମାତର୍ ଆମେ ପାପି ରଇଲାବେଲେ ଜିସୁ ଆମର୍ ପାଇ ନିଜର୍ ଜିବନ୍ ସର୍ପିଦେଲା । ଇତିଅନି ପରମେସର୍ ଆମ୍କେ କେତେକ୍ ଆଲାଦ୍ କଲାନି, ସେଟା ଜାନାପଡିଆଚେ । ୯ କିରିସ୍ଟର୍ ବନିର୍ଲାଗି ପରମେସର୍ ଆମ୍କେ ଦରମ୍ ଲକ୍ କଲାଆଚେ । ସେନ୍ତି ଆଲେ ପରମେସରର୍ ବଡ୍ ରିସାଇଅନି ଆମ୍କେ ରକିଆ କର୍ବାକେ କିରିସ୍ଟ କେତେକ୍ ମନ୍ଦିଆନ୍ ନ ଦେଏ ! ୧୦ ଆମେ ପରମେସରର୍ ସତ୍ରୁ ରଇଲାବେଲେ ତାର୍ ପିଲା ଆମର୍ ପାଇ ଜିବନ୍ ଦେଲା । ତେଇଅନି ପରମେସର୍ ସଙ୍ଗ୍ ଆମେ ଆରିତରେକ୍ ଜଡିଅଇଲୁ । ତାର୍ ସଙ୍ଗ୍ ଆରିତରେକ୍ ଜଡିଅଇଲା ପଚେ, ଏବେ କିରିସ୍ଟର୍ ଜିବନର୍ ଲାଗି ଆମେ ରକିଆ ପାଇବାକେ କେତେକ୍ ଅଦିକ୍ ନ ପାଉ ? ୧୧ ଅବ୍କା ସେତ୍କିସେ ନଏ, ମାପ୍ରୁ ଜିସୁକିରିସ୍ଟର୍ ତେଇଅନି ପରମେସର୍ ଜନ୍ ସବୁ କାମ୍ କଲାଆଚେ, ସେଟାର୍ ପାଇ ଆମର୍ ମନ୍ ଉଡୁକ୍ଦୁଡୁକ୍ ଆରି ସାର୍ଦାଇ ପୁରୁନ୍ ଅଇଆଚେ। ସେ ଜିସୁ ପରମେସର୍ ସଙ୍ଗ୍ ଆମ୍କେ ଆରିତରେକ୍ ମିସାଇଲା ଆଚେ ।
ଆଦମ୍ ଆରି କିରିସ୍ଟ
୧୨ ପର୍ତମେ ଗଟେକ୍ ଲକ୍ସେ ପାପ୍ କରିରଇଲା । ଆରି ପାପର୍ ଲାଗି ମରନ୍ ଆଇଲା । ସବୁ ଲକ୍ ପାପ୍ କଲାର୍ ପାଇ ମରନ୍ ସବୁ ମୁନୁସ୍ ଜାତିକେ ଡାବିଅଇଲା । ୧୩ ନିୟମ୍ ମିଲ୍ବା ଆଗ୍ତୁ ଲକ୍ମନ୍ ପାପ୍ କର୍ତେରଇଲାଇ । ମାତର୍ ନିୟମ୍ ନ ରଇବାଟାନେ ପାପର୍ ଇସାବ୍ ନ ଅଇତେରଇଲା । ୧୪ ଆଦମର୍ ବେଲାଇଅନି ମସାର୍ ବେଲା ଜାକ, କେ ଆଦମର୍ ପାରା କାତା ନ ମାନି, ସେ କରି ରଇବା ପାପ୍ ପାରା ନ କରିରଇଲେ ମିସା, ସବୁ ଲକ୍ ମଲାଇ । ଜେ ଆଇବାର୍ ରଇଲା, ସେ ଆଦମର୍ ଗଟେକ୍ ରୁପ୍ । ୧୫ ମାତର୍ ପରମେସରର୍ ଇସାବ୍ ନଇଲା ଦାନ୍ ଆରି ଆଦମର୍ ପାପ୍ ବିତ୍ରେ କେତେକ୍ କେତେକ୍ ଦୁର୍ ଆଚେ । ଗଟେକ୍ ଲକର୍ ପାପର୍ ପାଇ ବେସି ଲକର୍ ମରନ୍ ଅଇଲା । ମାତର୍ ପରମେସର୍ ତାର୍ ଜିବନ୍ଦୁକାଇଲାକେ, ଲକ୍ମନର୍ ପାଇ ଆରି ଗଟେକ୍ ଲକ୍କେ ଇନାମେ ଦେଲା । ସେ ବଡ୍ ଇନାମ୍ ଜିସୁ କିରିସ୍ଟର୍ ଜିବନ୍ ଦୁକାଇଲାକେ ପୁରାପୁରୁନ୍ ଅଇଲା । ୧୬ ସେ ଗଟେକ୍ ପାପ୍ କାମ୍ ଅଇଲା ପଚେ ସବୁ ମୁନୁସ୍ ଜାତି ବିଚାର୍ନା ଜାଗାଇ ଟିଆଅଇ ଦସି ବଲାଇ ଅଇଲାଇ । ମାତର୍ ଏବେ ଜବର୍ ଲକର୍ ପାପର୍ ଲାଗି ଲକ୍ମନର୍ ଆସା ନ ରଇଲେ ମିସା, ପର୍ମେସର୍ ଦାନ୍ କଲାକେ ଦସି ନାଇ ବଲି ଏଜାଇଅଇଲାଇ । ୧୭ ଏଲେମିସା ଗଟେକ୍ ମୁନୁସର୍ ପାପର୍ ପାଇ ସବୁ ଲକ୍କେ ମରନର୍ ଡଣ୍ଡ୍ ଆଇଲା । ମାତର୍ ସେ ଗଟେକ୍ ମୁନୁସ୍ ଜନ୍ଟାକି କିରିସ୍ଟ, ଜାଇଟା କଲାଆଚେ ସେଟା କେଡେକ୍ ବଡ୍ ବିସଇ ! ଜେତେକ୍ ଲକ୍ ପରମେସର୍ ବଡ୍ ଜିବନ୍ଦୁକାଇଲାଟା ଜବର୍ ଅଇତେ ଇନାମେ ମିଲାଇଆଚତ୍, ସେମନ୍ ଜିସୁକିରିସ୍ଟର୍ ବାଟେଅନି ସବୁ ଲକ୍ ତାର୍ଟାନେ ଦରମ୍ ବଲାଇ ଅଇବାଇ । ସେମନ୍ କିରିସ୍ଟର୍ ସଙ୍ଗ୍ ଜିତି କରି ଜିଉନା କାଉନା କରି ସାସନ୍ କର୍ବାଇ ।
୧୮ ଗଟେକ୍ ଲକର୍ ପାପ୍ ଜେନ୍ତି ଗୁଲାଇ ଲକ୍କେ ଡଣ୍ଡ୍ ଆନାଇଲା, ସେନ୍ତିସେ ଗଟେକ୍ ଲକର୍ ଦରମ୍ ଗୁଲାଇ ଲକର୍ପାଇ ମୁକ୍ତି ଆରି ନ ସାର୍ବା ଜିବନ୍ ଆନିଦେଲାଆଚେ । ୧୯ ଗଟେକ୍ ଲକ୍ ଆଦେସ୍ ନ ମାନ୍ଲାର୍ ପାଇ ଜେନ୍ତିକି ସବୁ ଲକ୍ ପାପି ଅଇଲାଇ, ସେନ୍ତି ଗଟେକ୍ ଲକ୍ ଆଦେସ୍ ମାନ୍ଲେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାଇ ।
୨୦ ନିୟମ୍ ଚାଲ୍ଲାର୍ ପାଇ କାରାପ୍ କାମ୍ ବଡ୍ଲା । ମାତର୍ ପାପ୍ ବଡି ବଡି ଗାଲାକେ ପରମେସରର୍ ଜିବନ୍ଦୁକାନି ମିସା ବେସି ବଡ୍ଲା । ୨୧ ପାପ୍ ଜେନ୍ତିକି ସବୁର୍ପାଇ ମରନର୍ ଡଣ୍ଡ୍ ଆନିରଇଲା, ସେନ୍ତି ପରମେସରର୍ ଜିବନ୍ଦୁକାନି ମାପ୍ରୁ ଜିସୁ କିରିସ୍ଟର୍ ସାଇଜେ ଅନି ଆମ୍କେ ଦରମ୍ ବାଟେ ଡାକିନେଇ ନ ସାର୍ବା ଜିବନ୍ ଦେଇସି ।